ମୁଖ୍ୟମନ୍ତ୍ରୀ ମକା ମିଶନ ଅଧୀନରେ ଜିଲ୍ଲାମାନଙ୍କରେ ଆରମ୍ଭ ହୋଇଛି ମକା କ୍ରୟ 

       ବର୍ତ୍ତମାନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମକା ମିଶନ ଅଧୀନରେ, ଜିଲ୍ଲାମାନଙ୍କରେ ମକା କ୍ରୟ ଆରମ୍ଭ କରାଯାଇଛି, ଯାହାଦ୍ୱାରା ଚାଷୀଙ୍କୁ ଉଚିତ ଫେରସ୍ତ ମିଳିବ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପ ଚାଷକୁ ବୃଦ୍ଧି କରିଥାଏ, ଉତ୍ପାଦନ ବୃଦ୍ଧି କରିଥାଏ ଏବଂ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ଦୃଢ଼ କରିଥାଏ। ଏହି ମିଶନରେ ଚାଷୀମାନଙ୍କ ସହିତ ଆମର ମିଶନ ଶକ୍ତିର ମା’ମାନେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଫସଲ ବିବିଧିକରଣ ଓ ଜଳବାୟୁ ଅନୁକୂଳ କୃଷି ପଦ୍ଧତିକୁ ପ୍ରୋତ୍ସାହନ ମଧ୍ୟ ଦିଆଯାଇପାରିବ।ମୁଖ୍ୟମନ୍ତ୍ରୀ ମକା ମିଶନ କାର୍ଯ୍ୟକ୍ରମରେ ଉତ୍ସାହଜନକ ଅଗ୍ରଗତି ସହ ମକା ଅମଳରେ ବୃଦ୍ଧି ଆସିଛି।

ଚଳିତ ବଜେଟରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଉପଯୁକ୍ତ ମୂଲ୍ୟ ପ୍ରଦାନ ଲାଗି ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନର ବ୍ୟବସ୍ଥା କରାଯାଇଛି। ୨୦୧୯-୨୦ରୁ ୨୦୨୪-୨୫ ମଧ୍ୟରେ ୩.୬ ଲକ୍ଷ ମେଟ୍ରିକ ଟନ୍ ମକା କ୍ରୟ ହୋଇଥିବା ବେଳେ ଏଥିପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୬୬୦ କୋଟି ଟଙ୍କା ରହିଛି। ମକା ଚାଷୀ ଯେପରି ଉଚିତ୍ ମୂଲ୍ୟ ପାଇପାରିବେ ସେଥିପାଇଁ ଅଧିକ ଏଫ.ପି.ଓ ଗଠନ ସହିତ ସେମାନଙ୍କ ଜରିଆରେ ସଂଗ୍ରହ ଜାରି ରହିଛି। ଆହୁରି ମଧ୍ୟ ଚାଷୀ ଯେପରି ଅଧିକ ମୂଲ୍ୟ ପାଇବେ ସେଥିପାଇଁ ଅଧିକରୁ ଅଧିକ ଘରୋଇ ବ୍ୟବସାୟୀଙ୍କୁ ଏଥିରେ ସଂପୃକ୍ତ କରାଯାଇଛି। ଏହା ସହିତ ଏଫ.ପି.ଓ ର ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×