ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ଶ୍ରୀ ଅନ୍ନ ଅଭିଯାନ ତରଫରୁ ନୂତନ ଯନ୍ତ୍ରପାତି ତଥା ଇଭି ୱିଡର ଓ ସ୍ପ୍ରୀଙ୍କଲର୍ ସାହାଯ୍ୟରେ ପୁଷ୍ଟିଶସ୍ୟ ଫସଲର ପରୀକ୍ଷଣ ଏବଂ ମତାମତ ଭିତ୍ତିକ ସର୍ଭେ ଆୟୋଜିତ କରାଯାଇଥିଲା। ଏହି ଯୋଜନାରେ “ସହଭାଗିତା ମାଧ୍ୟମରେ କୃଷି ଯନ୍ତ୍ରପାତି ବିକାଶ” କାର୍ଯ୍ୟକ୍ରମ ପାଇଁ ଥିବା କ୍ଷେତ୍ର ପରିଦର୍ଶନ ଟାସ୍କ ଟିମ୍ ର ସଦସ୍ୟ ତଥା ଶ୍ରୀ ଅନ୍ନ ଅଭିଯାନର କୃଷି ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ହିମାଂଶୁ ମୋହନ ମିଶ୍ର, ଶ୍ରୀଯୁକ୍ତ ଶୈଳେନ୍ଦ୍ର ମହାନ୍ତି, ରାଜ୍ୟ କୃଷି ଯନ୍ତ୍ରପାତି ପରୀକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦେବବ୍ରତ ଦାଶ, ପଦ୍ମଶ୍ରୀ ସାବରମତୀ ଭଳି ଅନେକ କୃଷି ଅଧିକାରୀମାନେ ଯୋଗଦେଇ ଯନ୍ତ୍ରପାତି ପରୀକ୍ଷଣ ସମ୍ପର୍କିତ ମତାମତ ପ୍ରଦାନ କରିଥିଲେ।
ବିଭିନ୍ନ କୃଷି ଅଧିକାରୀମାନେ ଭିନ୍ନ ଯନ୍ତ୍ରପାତି ସମ୍ପର୍କରେ ମତାମତ ଦେବା ସହ ଚାଷୀଙ୍କ ଠାରୁ ମଧ୍ୟ ସେମାନଙ୍କ ମତାମତ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼, ନୂଆପଡା, କେନ୍ଦୁଝର ଏବଂ ଖୋର୍ଦ୍ଧା ଜିଲ୍ଲାର ଚାଷୀମାନେ ଅଂଶଗ୍ରହଣ କରିବା ସହ ଯନ୍ତ୍ରପାତି ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଆଦି ଦିଗକୁ ନେଇ ଉପୁଜୁଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଯନ୍ତ୍ରପାତି ଦ୍ଵାରା ଚାଷ କାମ କରିବା ହେତୁ ଚାଷୀଙ୍କ ଉତ୍ପାଦନ ବୃଦ୍ଧି କରିବା ଓ ସମୟ ବଞ୍ଚାଇବା ପାଇଁ ଏକ ଉତ୍ତମ ସୁଯୋଗ ସୃଷ୍ଟି କରୁଛି। ଯନ୍ତ୍ରପାତି ସାହାଯ୍ୟରେ କାର୍ଯ୍ୟ କରିବା ଦ୍ୱାରା ନିଜର ଶାରୀରିକ ପରିଶ୍ରମ ମଧ୍ୟ ହ୍ରାସ ପାଉଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ