ପରିବା ଚାଷରୁ ରୋଜଗାରକ୍ଷମ ହେଉଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ

        ଓଡ଼ିଶାର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ତିନିଘରିଆ ଗାଁର ଶିକ୍ଷିତ ଯୁବଗୋଷ୍ଠୀ ନିଜ ଜମିରେ ପରିବା ଚାଷ କରି ସବୁଜିମା ଭରିଦେଇଛନ୍ତି। ସବୁଜିମା ମୟ ଜମିକୁ ଦେଖିଲେ ପେଟ ଭରିଯାଉଛି। ସେମାନେ ଶିକ୍ଷିତ ହୋଇ ମଧ୍ୟ ପରିବା ଚାଷ ଭଳି ଏକ କୌଳିକ ବୃତ୍ତିକୁ ଆପଣାଇ ରୋଜଗାରକ୍ଷମ ହେବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ପାଠ ପଢି ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ଚାକିରି ନକରି ନିଜ ଜମିରେ ବାଇଗଣ, ଫୁଲକୋବି, ବନ୍ଧାକୋବି ଓ କଞ୍ଚାଲଙ୍କା ଭଳି ଅନେକ ପରିବା ଫଳାଇଛନ୍ତି। ଏହି କ୍ରମରେ ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି ସେମାନେ।

ନିଜ ପରିବାର ନିଜ ଜନ୍ମ ମାଟିକୁ ଛାଡି ବାହାରେ ପର ଅଧୀନରେ ଚାକିରି କରି ରୋଜଗାର କରିବା ଅପେକ୍ଷା ନିଜ ଚାଷଜମିରେ ଚାଷ କରି ରୋଜଗାରକ୍ଷମ ହେବା ନିଜକୁ ଏହା ପରିଚୟ ଦେଇପାରିବ ବୋଲି ସେମାନେ ପରିବା ଚାଷ କରିବାର ନିଷ୍ପତ୍ତି ନେଇଥିଲେ। ସେହି ଅଞ୍ଚଳରେ ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଛନ୍ତି ବୋଲି ମଧ୍ୟ ସେମାନେ କହିଛନ୍ତି। ନିଜର ଉତ୍ପାଦିତ ପନିପରିବା ସେମାନେ ଭଦ୍ରକ ଜିଲ୍ଲାର ବିଭିନ୍ନ ପ୍ରତିକ୍ଷିତ ବଜାରକୁ ଯୋଗାଈଦେଉଛନ୍ତି। ଏହି ପର୍ଯ୍ୟାୟରେ ସେମାନେ ଦୁଇ ପଇସା ରୋଜଗାର କରି ସ୍ବାବଲମ୍ବୀ ହେବା ସହ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ଯାହାକି ଅନ୍ୟମାନଙ୍କ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ସାଜିଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×