ମାଣ୍ଡିଆର ପ୍ରସାର ଓ ବିପଣନକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର

       ଅନୁଗୁଳର ଟାଇଁସି ସମବାୟ ସମିତିରେ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି। ମାନ୍ୟବର ଜିଲ୍ଲାପାଳ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମଣ୍ଡିକୁ ଉଦଘାଟିତ କରିଛନ୍ତି। ଯାହାକି ଜିଲ୍ଲାର ସମସ୍ତ ଚାଷୀ ଭାଇଭଉଣୀମାନଙ୍କୁ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ସର୍ବନିମ୍ନ ସହାୟତା ରାଶିରେ ମାଣ୍ଡିଆ ବିକ୍ରୟ କରିବାରେ ସହାୟକ ହେବ ବୋଲି କହିଛନ୍ତି। ବିଶେଷକରି ମାଣ୍ଡିଆରୁ ପ୍ରସ୍ତୁତ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ବହୁତ୍ ଉପକାରୀ ସାବ୍ୟସ୍ତ ହୋଇଥିବାରୁ, ବର୍ତ୍ତମାନ ବଜାରରେ ମଣ୍ଡିଆର ଚାହିଦା ବୃଦ୍ଧି ହେବାରେ ଲାଗିଛି। ମଣ୍ଡିଆରୁ ପ୍ରସ୍ତୁତ ସମସ୍ତ ଖାଦ୍ୟ ସାମଗ୍ରୀ ଉତ୍ତମ ଗୁଣବତ୍ତା ସହ ଶରୀର ପାଇଁ ଉପକାରୀ ମଧ୍ୟ।

ମାଣ୍ଡିଆ କେବଳ ହିତକାରୀ ଓ ପୁଷ୍ଟିକର ଶସ୍ୟ ଭାବେ ପରିଚିତ ନୁହଁ, ବରଂ ଏହା ରାଜ୍ୟର ଅର୍ଥନୀତିକୁ ଅଭିବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟକାରି ହୋଇପାରିଛି। ରାଜ୍ୟର ଅନେକ ଜିଲ୍ଲାମାନଙ୍କରେ ଚାଷୀ ଭାଇଭଉଣୀମାନେ ଧାନ ଚାଷକୁ ପଛରେ ପକାଇ ମାଣ୍ଡିଆ ଚାଷକୁ ଅଧିକ ଗୁରୁତ୍ବ ଦେବାରେ ଲାଗିଛନ୍ତି। ବର୍ତ୍ତମାନ ରାଜ୍ୟ ଏବଂ ରାଜ୍ୟ ବାହାରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଆଦୃତି ଲାଭ କରିବାରେ ଲାଗିଛି। ତେଣୁ ଅନୁଗୁଳ ଜିଲ୍ଲାରେ ମାନ୍ୟବର ଜିଲ୍ଲାପାଳଙ୍କ ସମେତ ଅନ୍ୟ କୃଷି ଅଧିକାରୀ, ବ୍ଲକ୍ ଅଧିକାରୀ ଏବଂ ଜିଲ୍ଲା ଅଧିକାରୀଙ୍କ ମିଳିତ ସହଯୋଗରେ ମାଣ୍ଡିଆ ମଣ୍ଡିର ସୁବ୍ୟବସ୍ଥା କରିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×