ଜୈବିକ ଚାଷର ପେଣ୍ଠସ୍ଥଳୀ ସାଜିଛି କନ୍ଧମାଳ ଜିଲ୍ଲା

 

 

ଅଣପାରମ୍ପରିକ ତଥା ବିକଳ୍ପ କୃଷିକୁ ଆପଣେଇ କନ୍ଧମାଳ ଜିଲ୍ଲାର ଚାଷୀ ଭାଇଭଉଣୀମାନେ ରାଜ୍ୟର କୃଷି ବିକାଶ କ୍ଷେତ୍ରରେ ଯୋଡ଼ି ହୋଇଛନ୍ତି। ଆଗମୀ ଦିନରେ ଏହି ଉଦ୍ୟମ ରାଜ୍ୟର କୃଷି ଅର୍ଥନୀତିକୁ ତ୍ୱରାନିତ୍ଵ କରିବା ସହ ରାଜ୍ୟର ସମୃଦ୍ଧ କୃଷି ଐତିହ୍ୟର ପ୍ରସାର ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି। ଜୈବିକ ଚାଷ ପାଇଁ କନ୍ଧମାଳ ଜିଲ୍ଲା ରାଜ୍ୟ ଏବଂ ରାଜ୍ୟ ବାହାରେ ଆଦୃତି ଲାଭ କରିଛି। କନ୍ଧମାଳ ଜିଲ୍ଳାର ହଳଦୀ ଜାତୀୟ ସ୍ଥରରେ ମଧ୍ୟ ବେଶ୍ ଜଣାଶୁଣା। କେବଳ ହଳଦୀ ନୁହଁ ଜୈବିକ ଅଦା ସାଙ୍ଗକୁ ପନିପରିବା ନିଜର ଉତ୍ତମ ଗୁଣବତ୍ତା ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି।

ଜୈବିକ କୃଷିରେ ଅଗ୍ରଣୀ ସାଜିଥିବା କନ୍ଧମାଳ ଜିଲ୍ଲା ଅଣପାରମ୍ପରିକ କୃଷି ପାଇଁ ବର୍ତ୍ତମାନ ଉଦ୍ୟମ ଜାରି ରଖିଛି। ପୂର୍ବରୁ କନ୍ଧମାଳ ଜିଲ୍ଲାର ହଳଦୀର ସର୍ବଦା ଚାହିଦା ରହିବା ସହ ଏବେ ହଳଦୀର ଏକ ସ୍ବତନ୍ତ୍ର ପ୍ରଜାତି କଳା ହଳଦୀ ଉତ୍ପାଦନ ଆରମ୍ଭ ହୋଇଛି। ଗତ ୨୦୦୬ ମସିହାରେ ଏହି କଳା ହଳଦୀର ବିହନ କେରଳରୁ ଆଣି ଚାଷୀଙ୍କୁ ପ୍ରଦାନ କରାଯାଇଥିଲା। ଯାହାକି ଚାଷୀମାନେ ଏହାକୁ ଚାଷ କରି ଚାଷୀ ଭାଇଭଉଣୀମାନେ ବେଶ୍ ଲାଭବାନ ମଧ୍ୟ ହୋଇପାରିଛନ୍ତି। କଳା ହଳଦୀ ଚାଷ କରିବା ସହ ଅନ୍ୟ ଅର୍ଥକାରୀ ଫସଲ ତଥା କଳା ଗହମ ଓ କଳା ଧାନ ମଧ୍ୟ ଜୈବିକ ଉପାୟରେ ଚାଷ କରାଯାଉଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×