ନାରୀ ସଶକ୍ତିକରଣର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଏକାକିନୀ ମହିଳା ଆରତୀ

   ଓଡ଼ିଶା ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକର ଏକାକିନୀ ମହିଳା ଆରତୀ ସିଂ ବର୍ତ୍ତମାନ ନାରୀ ସଶକ୍ତିକରଣର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି। ସେ ଜଣେ ‘ ସିଙ୍ଗଲ ୱିମେନ୍ ‘ ବା ‘ ଏକାକିନୀ ମହିଳା ‘ ଭାବରେ ନିଜ ଜୀବନର ଚଲାପଥରେ ବିନା ଦ୍ବନ୍ଦରେ ଆଗେଇ ଚାଲିଛନ୍ତି। ନିଜ ପରିବାର ଏବଂ ଜୀବନରେ ଆସିଥିବା ଅନେକ କଷ୍ଟ ଓ ପରିସ୍ଥିତିକୁ ଖାତିର ନକରି ନିଜକୁ ଜଣେ ସଶକ୍ତ ମହିଳା ଭାବେ ପ୍ରମାଣ କରି ଦେଖାଇଛନ୍ତି। ଯାହାଦ୍ବାରା ରାଜ୍ୟରେ ନିଜକୁ ସୁପରିଚିତ କରିପାରିଛନ୍ତି। ନିଜ ସ୍ବାମୀଙ୍କୁ ହରାଇବା ପରେ ନିଜେ ଓ ନିଜର ପରିବାର ଉପରେ ଏକ ଦୁଃଖର କାନ୍ଥ ଛିଡ଼ା ହୋଇଯାଇଥିଲା। ସେଇ ଦୁଃଖକୁ ଦୂରେଇବା ପାଇଁ ନିଜ ପାଖରେ କୌଣସି ଉପାୟ ମଧ୍ୟ ନଥିଲା। 

ନିଜ ଜୀବନର କଷ୍ଟ ଓ ଦୁଃଖକୁ ଦୂରେଇବା ପାଇଁ ନିଜର ନିଷ୍ପତ୍ତିକୁ କଠୋର କରି, ଦୁଃଖ ଓ ଦାୟିତ୍ଵ ମଧ୍ୟରୁ ସେ ଦାୟିତ୍ଵକୁ ଆପଣେଇ ଜୀବନକୁ ଆଗେଇ ନେବା ଏବଂ ଖୁସି ଫେରାଇ ଆଣିବା ପାଇଁ ଚେଷ୍ଟା ଜାରିରଖିଥିଲେ। ପରେ ଓଡ଼ିଶା ସରକାରଙ୍କ ‘ ସିଙ୍ଗଲ ୱିମେନ୍ ପାଇଲଟ୍ ପ୍ରକଳ୍ପ ‘ ସାମିଲ ହୋଇ ଆରତୀ ମାଣ୍ଡିଆ ଚାଷ ବିଷୟରେ ଅବଗତ ହୋଇଥିଲେ। ଯାହାଦ୍ବାରା ବର୍ତ୍ତମାନ ଆରତୀ ନିଜର ୩ ଏକର ଜମିରେ ମାଣ୍ଡିଆ ଚାଷ କରି ଉତ୍ପାଦିତ ମାଣ୍ଡିଆକୁ ମଣ୍ଡିରେ ବିକ୍ରି କରି ଲାଭବାନ ହୋଇ, ନିଜ ପରିବାର ଚଳାଇବା ସହ ନିଜର ଖୁସି ଫେରାଇ ଆଣିଛନ୍ତି, ଏବଂ ନିଜ ଅଞ୍ଚଳରେ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣା ମଧ୍ୟ ସାଜିଛନ୍ତି।

ତଥ୍ୟ ସଂଗୃହିତ – ଶ୍ରୀ ଅନ୍ନ ଅଭିଯାନ

Spread the love

Leave a Comment

Your email address will not be published. Required fields are marked *

Scroll to Top
×