ପୁଷ୍ଟିଶସ୍ୟର ଉପକାରିତାକୁ ନେଇ ଅଙ୍ଗନୱାଡି କର୍ମୀ କଳ୍ପନାଙ୍କ ମତାମତ ଆଜିକାଲି ସମସ୍ତେ ମାଣ୍ଡିଆର ଉପକାରିତା ଜାଣିବା ପରେ ତା’ର ଗୁରୁତ୍ୱ ବଢିଯାଇଛି। ଏଥିରେ ବିଭିନ୍ନ ପ୍ରକାରର ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ ହୋଇପାରୁଛି। ମାଣ୍ଡିଆ କେକ୍, ଲଡ଼ୁ, ଜୁସ, ଚା, ସୁପ୍, ପିଠା, ଖିରି, ଛତୁଆ, ହାଲୁଆ, ରୁଟି, ଦୋସା, ଇଡ୍ଲି, ଚକୁଳି, ପକୋଡ଼ି, ବିସ୍କୁଟ, ଡ୍ରିଂକ୍ସ, ଉପମା ଆଦି ଅନେକ ପ୍ରକାରର ସୁସ୍ବାଦ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରାଯାଇପାରୁଛି। ମାଣ୍ଡିଆରେ ପ୍ରଚୁର ପରିମାଣରେ ପୋଷାକତତ୍ତ୍ଵ ଭରପୁର ମାତ୍ରାରେ ରହିଥିବାରୁ, ଏହା ଶିଶୁମାନଙ୍କ ଶରୀରକୁ ଶକ୍ତି ଯୋଗାଇବା ସହ ସେମାନଙ୍କ ଶାରିରୀକ ବୃଦ୍ଧିରେ ସହାୟକ ହୋଇଥାଏ। ତେଣୁ ସେମାନେ ତାଙ୍କ ଅଙ୍ଗନୱାଡ଼ିରେ ପ୍ରତି ସୋମବାର ଦିନ ପିଲାମାନଙ୍କୁ ମାଣ୍ଡିଆ ଲଡୁ ଯୋଗାଇ ଦେଇଥାନ୍ତି। ଏହାକୁ ପିଲାମାନେ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି। ମାଣ୍ଡିଆକୁ ଉତ୍ତମ ପଥ୍ୟ ହିସାବରେ ଗ୍ରହଣ କରାଯାଇଛି। ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ଓ ରୋଗାକ୍ରାନ୍ତ ବ୍ୟକ୍ତି ସମସ୍ତେ ଏହାକୁ ବ୍ୟବହାର କରିପାରିବେ। ମାଣ୍ଡିଆରେ ଆମିନୋ ଏସିଡ୍ ଭରପୂର ଥିବାରୁ ଲିଭରରେ ଚର୍ବି ଜମିବାକୁ ଦେଇ ନ ଥାଏ। ତେଣୁ ଲିଭର ବା ଯକୃତ୍ ସୁସ୍ଥ ରଖିବାରେ ମାଣ୍ଡିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମାଣ୍ଡିଆ ବୌଦ୍ଧିକତାର ପରିପ୍ରକାଶ ସହିତ ପୁଷ୍ଟିହୀନତା ଦୂର କରିବାରେ ସାହାଯ୍ୟ କରେ। ପ୍ରୋଟିନ ଯୋଗୁ ଶିଶୁଙ୍କ ମାଂସପେଶୀ ବିକାଶରେ ସାହାଯ୍ୟ କରିଥାଏ। ଏଥିରେ ପର୍ଯ୍ୟାପ୍ତ ପରିମାଣର କ୍ୟାଲସିୟମ ଯୋଗୁ ଅସ୍ଥିକୁ ମଜଭୁତ କରେ। ଶରୀରର ଓଜନ ମଧ୍ୟ ହ୍ରାସ କରିଥାଏ। ଶ୍ୟାମଳ ସୁବର୍ଣ୍ଣ ବ୍ୟୁରୋ By Shyamala Subarna Last updated Dec 18, 2024 0 Share #anganwadi worker#benefits of millets#Kalpana Nayak#millets#sundargarh