ଏକାକିନୀ ମହିଳାଙ୍କୁ ନେଇ ଗଠିତ ‘ ପ୍ରଦାନ ଜେଏଲଜି ‘ ଦ୍ଵାରା ମାଣ୍ଡିଆ ଚାଷ

ପ୍ରାମାଣିକ ତଥ୍ୟ ଅନୁସାରେ ମାଣ୍ଡିଆ ଓ ସୁଆଁ ଚାଷ ଧାନ ଚାଷଠାରୁ ମଧ୍ୟ ପ୍ରାଚୀନ। ସମୟର ପରିବର୍ତ୍ତନ ସଙ୍ଗେ ସଙ୍ଗେ ପରିବର୍ତ୍ତନ ହେଲା ଲୋକଙ୍କ ଚାଷ ଓ ଖାଦ୍ୟର ଅଭ୍ୟାସ। ତେଣୁ ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ପରିଚାଳିତ ଏକାକିନୀ ମହିଳା ପ୍ରକଳ୍ପରେ କୋରାପୁଟ ସ୍ଥିତ ଲିଟିପୁଟ ଓ ଲମତାପୁଟର ଚାରିଜଣ ମହିଳାଙ୍କୁ ନେଇ ' ପ୍ରଦାନ ଜେଏଲଜି ' ଗଠିତ ହୋଇଛି। ଏଥିରେ ଦହନା କିରସାନୀ, ଦମାଇ କିରସାନୀ, ମଣିମା କିରସାନୀ ଏବଂ କମଳା ଚାଲାଣଙ୍କ ମିଳିତ ଉଦ୍ୟମରେ ୬ ଏକର ଜମିରେ ଧାଡ଼ି ବୁଣା ପଦ୍ଧତି ମାଧ୍ୟମରେ ମାଣ୍ଡିଆ ଓ ସୁଆଁ ଚାଷ କରୁଛନ୍ତି। ପାରମ୍ପରିକ ପଦ୍ଧତି ତୁଳନାରେ ଅଧିକ ଉତ୍ପାଦନ ପାଇବା ସହ ସେମାନେ ଲାଭବାନ ହୋଇପାରିଛନ୍ତି। ଏଥି ସହ ଜୈବିକ ଖତ ଉଦ୍ୟୋଗ ସ୍ଥାପନ ନିମନ୍ତେ ପ୍ରକଳ୍ପ ମାଧ୍ୟମରେ ସେମାନଙ୍କୁ ୩୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଛି। ସରକାରଙ୍କ ସାହାଯ୍ୟ ଦ୍ଵାରା ସେମାନେ ହାଣ୍ଡିଖତ ଓ ଜୀବାମୃତ ଆଦି ପ୍ରସ୍ତୁତ କରି ବଜାରରେ ବିକ୍ରି କରି ଲାଭବାନ ହେବା ସହ ନିଜ ଅଞ୍ଚଳରେ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି। ପୁଷ୍ଟିଶସ୍ୟର ବିଭିନ୍ନ ପ୍ରଜାତିର ଫସଲ ମଧ୍ୟରୁ ଓଡିଶାରେ ସୁଆଁ ଚାଷ ଅପେକ୍ଷାକୃତ ଅଳ୍ପ ଭାବେ ପ୍ରଚଳିତ। ହେଲେ ଏହି ସୁଆଁ ଚାଷକୁ ପ୍ରମୁଖ ଜୀବିକା ଭାବେ ଗ୍ରହଣ କରି ଆୟର ପନ୍ଥା ଭାବେ ଗ୍ରହଣ କରୁଛନ୍ତି ଚାଷୀ।

0

Leave A Reply

Your email address will not be published.

3 × 2 =