ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ଶ୍ରୀ ଅନ୍ନ ଅଭିଯାନ ତରଫରୁ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ଷ୍ଟଲ ପୁଷ୍ଟିହୀନତା ହେଉଛି ଏକ ପ୍ରକାର ଅସୁସ୍ଥତା; ଯାହା ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଏବଂ ପୁଷ୍ଟିକର ଖାଦ୍ୟର ଅଭାବରୁ ସୃଷ୍ଟି ହୋଇଥାଏ। ତେଣୁ ଆମକୁ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଗ୍ରହଣ କରିବା ନିତାନ୍ତ ଜରୁରୀ। ପୁଷ୍ଟିକର ଖାଦ୍ୟ ଉତ୍ପାଦନ କରାଯାଉଥିବାରୁ କୃଷକମାନେ ନିଜ ପରିବାର ସଦସ୍ୟଙ୍କ ପୁଷ୍ଟିସାଧନ କରିବା ସହିତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସ୍ଥାନୀୟ ବଜାରକୁ ବିବିଧ ପୁଷ୍ଟିକର ଖାଦ୍ୟ ଯୋଗାଇବା ସମ୍ଭବ ହୋଇପାରିଛି। ରାଜ୍ୟ ପୁଷ୍ଟିଷସ୍ୟ ଉତ୍ପାଦନରେ ମଧ୍ୟ ଅଗ୍ରଗାମୀ ହେବାରେ ଲାଗିଛି। ଯାହାଦ୍ବାରା ଅନେକ ଚାଷୀ ନିଜକୁ ଉଦ୍ୟୋଗୀ ସାବ୍ୟସ୍ତ ହେବା ସହ ଧନୀ ଠୁ ଗରିବ ପର୍ଯ୍ୟନ୍ତ ସମସ୍ତଙ୍କ ଖାଦ୍ୟରେ ପୁସ୍ତିଶସ୍ୟ ଯୋଡ଼ି ହେବାରେ ଲାଗିଛି। ଭୁବନେଶ୍ୱର ୟୁନିଟ୍ ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ "ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ"ରେ ଶ୍ରୀ ଅନ୍ନ ଅଭିଯାନ ତରଫରୁ ପୁଷ୍ଟିଶସ୍ୟ ଭିତ୍ତିକ ଖାଦ୍ୟ ଷ୍ଟଲ ସ୍ଥାନ ପାଇଛି। ଆସନ୍ତା ୬ ତାରିଖଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ରାଧାରାଣୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଷ୍ଟଲର ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି। ଏହି ଷ୍ଟଲରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଆଦି ବିକ୍ରି କରାଯାଉଛି। ଏହାଦ୍ୱାରା ଷ୍ଟଲରେ ବେଶ୍ ଜନସମାଗମ ଦେଖିବାକୁ ମିଳୁଛି। ଶ୍ୟାମଳ ସୁବର୍ଣ୍ଣ ବ୍ୟୁରୋ By Shyamala Subarna Last updated Dec 13, 2024 0 Share #nutritious food#odisha state book festival#SHG member#shree anna abhiyaan