ଚାଷୀଙ୍କ ଅଭିଯୋଗର ସମାଧାନ ପାଇଁ ଧାନ ସଂଗ୍ରହ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବରଗଡ ସୋହେଲାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଚାଷୀଙ୍କୁ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି କାର୍ଯ୍ୟକ୍ରମ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୋହନ ମାଝୀ ଚାଷୀ କିଭଳି ଅଧିକ ଲାଭବାନ ହୋଇପାରିବେ ସେଥିପ୍ରତି ଅଧିକ ଗୁରୁତ୍ବ ଦେଇଛନ୍ତି। ଧାନର ସର୍ବନିମ୍ନ ସହାୟକ ମୁଖ୍ୟ ୩୧୦୦ ଟଙ୍କା ଦେବା ସହ ଧାନ କ୍ରୟ ପ୍ରକ୍ରିୟାକୁ ସରଳିକୃତ କରିବା ପାଇଁ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷ ୧ କୋଟି ମାଟ୍ରିକ ଟନ୍ ଧାନ ସଂଗ୍ରହ କରିବାରେ ଲକ୍ଷ୍ୟ ରଖାଯାଇଛି। ଏତଦ୍ ବ୍ୟତୀତ ଇ - ବାହାନ ଆପରେ ପଞ୍ଜୀକୃତ ଧାନ ସଂଗ୍ରହ କରୁଥିବା ଗାଡ଼ିରେ ଜିପିଏସ ଟ୍ରାକିଙ୍ଗ କରାଯିବ। ଏହାଦ୍ବାରା ଧାନ ସଂଗ୍ରହ ପ୍ରକ୍ରିୟାରେ କୌଣସି ମଧ୍ୟସ୍ଥି ଓ ଦଲାଲ୍ ଙ୍କ ଅପ୍ରୀତିକର କାର୍ଯ୍ୟକଳାପ ଦେଖାଦେବ ନାହିଁ। ଧାନକ୍ରୟ ବ୍ୟବସ୍ଥାରେ ନିୟମିତ ତନଖିକୁ ଦୃଷ୍ଟିରେ ରଖି ଧାନ ରଖିବା ବେଳେ ଯେପରି ଏହା ଗଣିବାକୁ ସହଜ ହେଉଥିବ, ସେଥିପ୍ରତି ମିଲରମାନଙ୍କୁ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହିଛି। ଧାନ କିଣା ନେଇ କୌଣସି ପ୍ରକାର ଦୁର୍ନୀତି ଓ ଅବ୍ୟବସ୍ଥାକୁ ବରଦାସ୍ତ କରାଯିବନାହିଁ। ଧାନ ସଂଗ୍ରହ ନୀତି ଅନୁଯାୟୀ କ୍ଷୁଦ୍ର ଚାଷୀ ଓ ନାମ ମାତ୍ର ଚାଷୀ ଏବଂ ପ୍ରକୃତ ଚାଷୀଙ୍କ ପଞ୍ଜୀକୃତକୁ ଗୁରୁତ୍ତ୍ଵ ଦିଆଯିବ, ଯାହାଦ୍ୱାରା ଚାଷୀଙ୍କ ଅର୍ଥନୈତିକ ବିକାଶ ହେବ।

0

Leave A Reply

Your email address will not be published.

four × three =