ରାଜ୍ୟ କ୍ୟାବିନେଟ ବୈଠକରେ ଧାନ କ୍ରୟକୁ ନେଇ ମିଳିଲା ଅନୁମୋଦନ

0

ରାଜ୍ୟ ସରକାର ଚଳିତ ବର୍ଷ ଖରିଫ ଧାନ ୩୧୦୦ ଟଙ୍କାରେ କିଣାଯିବା ନେଇ ପୂର୍ବରୁ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ସରକାରଙ୍କ ଏହି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ର ଅନୁମୋଦନ ମୋହର ଲାଗିଛି। ସରକାର ୩୧୦୦ ଟଙ୍କାରେ ଧାନ କିଣିବା ସହ ରାଜ୍ୟ ସରକାର ୮୦୦ ଟଙ୍କାର ବୋନସ ମଧ୍ୟ ବହନ କରିବେ। ଧାନ କ୍ରୟ ପାଇଁ ରାଜ୍ୟରେ ୪୦୦୦ ରୁ ଅଧିକ ଧାନ କ୍ରୟ କେନ୍ଦ୍ର ଖୋଲାଯିବାର ଲକ୍ଷ୍ୟ ରହିଛି। ଏଥିସହ ପ୍ରତ୍ୟେକ ଧାନ କ୍ରୟ କେନ୍ଦ୍ରରେ ଜଣେ ଜଣେ ଅଫିସର ମଧ୍ୟ ରହିବେ, ଯାହାଦ୍ଵାରା ଧାନ କ୍ରୟର ପ୍ରକ୍ରିୟା ସୁଚାରୁରୂପେ ବହନ କରାଯାଇପାରିବ।

nano urea

ଚାଷୀଙ୍କ ପାଖରୁ ଧାନ କ୍ରୟ ପରେ ୪୮ ଘଣ୍ଟା ମଧ୍ୟରେ ଧାନର ଉଚିତ୍ ମୂଲ୍ୟ ସିଧାସଳଖ ଚାଷୀଙ୍କ ପଞ୍ଜୀକୃତ ବ୍ୟାଙ୍କ୍ ଆକାଉଣ୍ଟକୁ ପଠାଯିବ। ଧାନ କ୍ରୟ କରାଯିବାର ସମ୍ପୁର୍ଣ୍ଣ ନିଷ୍ପତ୍ତି ଓ ନିୟମାବଳୀ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ହେବା ପରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମନୋଜ ଆହୁଜା ଏହି ସୂଚନା ଦେଇଛନ୍ତି। କିପରି ଚାଷୀମାନଙ୍କ ପାଖରୁ ସୁଚାରୁରୂପେ ଧାନ କ୍ରୟ କରାଯିବ ଏବଂ ସେମାନଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚିବ ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯାଇଛି, ଏଥିପାଇଁ କୌଣସି ଚାଷୀଙ୍କୁ ହଇରାଣ ହେବାକୁ ପଡ଼ିବନି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Leave A Reply

Your email address will not be published.

nine − 4 =