ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ଜୀବିକା ଯୋଗାଉଛି ପନିପରିବା ଚାଷ

0

ମହିଳା ମାନେ ପୁରୁଷ ମାନଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି, ଅଦମ୍ୟ ସାହସ ଏବଂ ଦୃଢ ଇଚ୍ଛାଶକ୍ତି ସଫଳତାର ରାସ୍ତା ଦେଖାଏ, ଯାହା ପ୍ରମାଣିତ କରି ଦେଖାଇଛନ୍ତି ଢେଙ୍କାନାଳ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ। ମା କାଲୁଣି ଉତ୍ପାଦକ ଗୋଷ୍ଠୀ ଅଧୀନରେ କଙ୍କଡ଼ାହାଡ଼, ଢେଙ୍କାନାଳର ୨୫ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମିଶନ ଶକ୍ତିରୁ ୧.୦୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ବ୍ୟବହାର କରି ୪୫ ଏକର ଜମିରେ ପନିପରିବା ଚାଷକୁ ନିଜର ଜୀବନ ଜୀବିକା ଭାବେ ଗ୍ରହଣ କରିଛନ୍ତି। ଏହି ଖରିଫ ଋତୁରେ ଏହି ସଦସ୍ୟାମାନେ କଲରା ଓ ଝୁଡଙ୍ଗ ଚାଷ ମଧ୍ୟ କରିଛନ୍ତି।

nano urea

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ କେବଳ ମାଣ୍ଡିଆ ଚାଷ ସହ ପନିପରିବା ଚାଷ ମଧ୍ୟ କରୁଛନ୍ତି। ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରୁଛନ୍ତି। ଜଣେ ଗ୍ରାମାଂଚଳର ଗୃହିଣୀ ଭାବେ ଘରର ସମସ୍ତ କାମ ସାରିବା ପରେ ଅବସର ସମୟକୁ ଅପବ୍ୟୟ ନକରି ସେହି ସମୟରେ ପନିପରିବା ଚାଷ କରୁଛନ୍ତି। ଏଥିରୁୁ ରୋଜଗାର ହେଉଥିବା ଅର୍ଥକୁ ପିଲାମାନଙ୍କ ପାଠ ପଢା ଖର୍ଚ୍ଚ ସହିତ ନିଜର ଆବଶ୍ୟକୀୟ ଖର୍ଚ୍ଚ ତୁଲାଉଛନ୍ତି। ଯାହା ଦ୍ୱାରା ସେମାନଙ୍କୁ ଅନ୍ୟମାନଙ୍କ ପାଖରେ ହାତ ପତାଇବାକୁ ପଡୁନାହିଁ। ଯାହା ତାଙ୍କୁ ଏବେ ସଫଳ ହେବାର ରାସ୍ତା ଦେଖାଉଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Leave A Reply

Your email address will not be published.

6 − three =