କୃଷକଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଦୁଇଟି ଯୋଜନା

0

ଖାଦ୍ୟ ନିରାପତ୍ତା ସହ କୃଷିବିକାଶ କ୍ଷେତ୍ରରେ ଓଡ଼ିଶାରେ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ କେବଳ ଦେଶ ନୁହେଁ ବିଦେଶରେ ବି ପ୍ରଶଂସିତ ହୋଇଛି। ଦେଶର ବିଭିନ୍ନ ରାଜ୍ୟ ସହ ବିଦେଶର ବିଭିନ୍ନ ରାଷ୍ଟ୍ର ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମକୁ ଅନୁସରଣ ଓ ଅନୁକରଣ କରିଥିବା ନେଇ ଅନେକ ଦୃଷ୍ଟାନ୍ତ ରହିଛି। ନିଅଣ୍ଟିଆ ରାଜ୍ୟରୁ ସ୍ୱାବଲମ୍ବୀ ହେବା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ବଳକା ରାଜ୍ୟରେ ପରିଣତ ହେବା ସହ ଓଡ଼ିଶା ରାଜ୍ୟର ଚାଷୀମାନଙ୍କ ଆୟ ବୃଦ୍ଧି କ୍ଷେତ୍ରରେ ଗ୍ରହଣ କରିଥିବା ପଦକ୍ଷେପ ଯେ ଦେଶ ପାଇଁ ଆଦର୍ଶ ତାହାକୁ ସ୍ୱୀକାର କରିଛନ୍ତି କେନ୍ଦ୍ର ସରକାର।

nano urea

ତେଣୁ ଅତି ନିକଟରେ କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକଙ୍କ ପାଇଁ ପୁଣି ଦୁଇଟି ଯୋଜନାକୁ ନେଇ ଆଲୋଚନା କରାଯାଇଛି। କେନ୍ଦ୍ର କ୍ୟାବିନେଟ କୃଷକ ମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଦୁଇଟି ଯୋଜନା ମଞ୍ଜୁର ମଧ୍ୟ କରିଛନ୍ତି। ଏହାଦ୍ବାରା କୃଷକ ମାନଙ୍କ ଆୟ ଅଭିବୃଦ୍ଧି ହେବା ସହ ମଧ୍ୟବିତ୍ତ ପରିବାରର ଖାଦ୍ୟ ସୁରକ୍ଷା କରିବା ପାଇଁ ସରକାରଙ୍କ ଧ୍ୟାନ ରହିଛି। ମଞ୍ଜୁର ହୋଇଥିବା ଦୁଇ ଯୋଜନା ପାଇଁ ୧ ଲକ୍ଷ ୧ ହଜାର ୩୨ କୋଟି ଟଙ୍କା ବ୍ୟୟ ବରାଦ ରହିଛି। ଏହିପରି ରାଜ୍ୟ ସରକାର କୃଷି ଏବଂ କୃଷକ ସଶକ୍ତିକରଣ ପାଇଁ ଅନେକ ଯୋଜନାମାନ ପ୍ରଣୟନ କରିଆସୁଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Leave A Reply

Your email address will not be published.

six + 15 =