ଲାଠିକଟାରେ ପ୍ରତିଷ୍ଠା ହେବ କୃଷିଭିତ୍ତିକ ଶିଳ୍ପ

0

ରାଜ୍ୟରେ କୃଷିର ବିକାଶ ଓ କୃଷକମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି। ମାନ୍ୟବର ବିଧାୟକ ଦୁର୍ଗାଚରଣ ତନ୍ତୀ ରାଧାନାଥପାଲି ବିଧାନସଭାକ୍ଷେତ୍ରରେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ସମ୍ପର୍କରେ ପ୍ରଶ୍ନ କରିଥିଲେ, ଏହାର ଉତ୍ତର ଦେବାକୁ ଯାଇ ବିଭାଗୀୟ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଏହାର ପ୍ରତିଷ୍ଠା ପାଇଁ ସରକାରଙ୍କ ଦ୍ଵାରା ଅନେକ ପ୍ରଚେଷ୍ଟା ଜାରିରହିଛି ବୋଲି କହିଛନ୍ତି। କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପ୍ରତିଷ୍ଠା ପାଇଁ ଏହାକୁ ରାଜ୍ୟସ୍ତରୀୟ ଏକିକୃତ ନିର୍ଗମନ କତ୍ତୃପକ୍ଷ ତରଫରୁ ଅନୁମୋଦନ ମଧ୍ୟ ମିଳିସାରିଛି।

nano urea

ସୁନ୍ଦରଗଡ଼ ରାଜସ୍ଵ ଜିଲ୍ଲା ଅଞ୍ଚଳ ଅନ୍ତର୍ଗତ ଲାଠିକଟା ତହସିଲ ବଲଣ୍ଡା ଏବଂ କଲୁଙ୍ଗା ଠାରେ ରାଉରକେଲା ସ୍ପଞ୍ଜ ଲିମିଟେଡ଼ ଦ୍ୱାରା ଏଥାନାଲ୍‌ ଓ କୋଜେନ୍‌ ଶିଳ୍ପ ଦୁଇଟି କୃତ୍ତିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ମୋଟ ୧୩୪୮୦ କୋଟି ପୁଞ୍ଜି ଅନୁମ‌ୋଦନ କରିଛି। ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ ଭାବେ ପରିଚିତ, ରାଜ୍ୟରେ ଅଧିକାଂଶ ଲୋକ ଚାଷକୁ ନିଜର ବୃତ୍ତି ବୋଲି ଭାବୁଛନ୍ତି। ତେଣୁ ରାଜ୍ୟରେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହେବା ଦ୍ବାରା ସ୍ଥାନୀୟ ଅଂଚଳର ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Leave A Reply

Your email address will not be published.

14 − nine =