ଚାଷୀଙ୍କ ସମସ୍ୟାକୁ ପ୍ରାଥମିକତା ଦେବି – ବିଧାୟକ ଦୁର୍ଗାଚରଣ ତନ୍ତୀ

0

ଓଡ଼ିଶାରେ ରାଜନୈତିକ ପରିବର୍ତ୍ତନରେ କୃଷି ଓ କୃଷକର ବିକାଶ ଦିଗରେ ଅନେକ ଆଶା ଓ ଆକାଂକ୍ଷା ରହିଛି । କୃଷକର ବିକାଶ ଦିଗରେ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି । ଏସବୁର ସମନ୍ୱୟ ରହିଲେ ହିଁ ବିକାଶ ହେବ , ଏଥିରେ ସନ୍ଦେହ ନାହିଁ । ତେବେ ପ୍ରଥମ କରି ବିଧାୟକ ହୋଇଥିବା ରଘୁନାଥପାଲିର ବିଧାୟକ ଦୁର୍ଗାଚରଣ ତନ୍ତୀ ଚାଷୀ ମାନଙ୍କ ସମସ୍ୟାକୁ ପ୍ରାଥମିକତା ଦେବା ସହ ଅଂଚଳର ବିକାଶ ଦିଗରେ କାର୍ଯ୍ୟ କରିବି ବୋଲି କହିଛନ୍ତି । ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ସହ ଆଲୋଚନା ବେଳେ ବିଧାୟକ ଏ ଦିଗରେ ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ ।

ପ୍ର: ପ୍ରଥମ ଥର ବିଧାୟକ ଭାବରେ ଆପଣଙ୍କର କ’ଣ ଗୁରୁ ଦାୟିତ୍ୱ ରହିବ ?
ଉ : ପ୍ରଥମତଃ ମୁଁ ମୋ ଅଂଚଳର ଜନସାଧାରଣଙ୍କ ନିକଟରେ ଚିର କୃତଜ୍ଞ ମୋତେ ସେମାନେ ନିଜର ଜନ ପ୍ରତିନିଧି ଭାବରେ ଚୟନ କରିଛନ୍ତି। ସବୁବେଳେ ଲୋକଙ୍କ ସେବା କରିବା ମୋର ପ୍ରଥମ ପ୍ରାଥମିକତା ରହିବ । ସାଧାରଣ ପରିବାରୁ ମୁଁ ଆସିଥିବାରୁ ଲୋକଙ୍କ ଅସୁବିଧାକୁ ପ୍ରଥମ ଗୁରୁତ୍ୱ ଦେବି । ଅଂଚଳର ବିକାଶ ତଥା ଓଡ଼ିଶାର ଉନ୍ନତି ଦିଗରେ କାର୍ଯ୍ୟ କରିବି । ଅଂଚଳର ବିଭିନ୍ନ ପ୍ରସଙ୍ଗକୁ ବ୍ୟକ୍ତିଗତ ଭାବେ ଆଲୋଚନା କରି ପାରୁ ପର୍ଯ୍ୟପ୍ତ ସମାଧାନ କରାଇବାକୁ ଚେଷ୍ଟା କରିବି ।

nano urea

ପ୍ର: ଆମ ରାଜ୍ୟର ଜୈବିକ କୃଷିକୁ କେତେ ଦୂର ଚାଷୀ ମାନେ ଆପଣେଇପାରିବେ ବୋଲି ଆପଣ ଭାବୁଛନ୍ତି?
ଉ : ଜୈବିକ କୃଷି ଆମ ସମୟର ବଡ଼ ଆହ୍ୱାନ । ଜୈବିକ କୃଷିକୁ ସାଥ କରି ଚାଷୀ ମାନେ ଏବେ ଜୈବ ବିପ୍ଲବର ନାରା ଦେଲେଣି । ବର୍ତ୍ତମାନ ସମୟରେ ଚାଷୀ ମାନେ ଜୈବିକ ଓ ସମନ୍ୱିତ କୃଷି ଉପରେ ଅଧିକ ଦୃଷ୍ଟି ଦେବା ଆବଶ୍ୟକ । କାରଣ ରାସାୟନିକ ସାର ଓ ବିଷର ମାତ୍ରା ଯେତେ କମ ହୋଇପାରିବ ତାହା ଭବିଷ୍ୟତ ସମାଜ ପାଇଁ ଏକ ଶୁଭ ଉଦ୍ୟମ । ସେହିପରି ଜୈବିକ କୃଷି ମାଧ୍ୟମରେ ଚାଷୀ ମାନେ ବିନା କୀଟନାଶକ ପ୍ରୟୋଗ କରି ସୁସ୍ଥ ପନିପରିବା ପାଇପାରିବେ ।

ପ୍ର: ରାଜ୍ୟରେ ଚାଷୀ ମାନଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ କ’ଣ କାର୍ଯ୍ୟ କରିବେ ?
ଉ : ଯାହା ବି ସମସ୍ୟା ମୋ ନଜରରେ ଆସିବ , ସର୍ବପ୍ରଥମେ ମୁଁ ଏହାର ସମାଧାନ କରାଇବାକୁ ଯଥାସମ୍ଭବ ଚେଷ୍ଟା କରିବି । ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ବିକାଶ ଦିଗରେ ଅନେକ କାର୍ଯ୍ୟ କରୁଛନ୍ତି । ଏହାକୁ ଓଡ଼ିଶାରେ କିପରି ଅଧିକରୁ ଅଧିକ ପହଁଚାଯାଇପାରିବ , ସେ ଦିଗରେ କାର୍ଯ୍ୟ କରିବି । ରାଜ୍ୟର ବିଭିନ୍ନ ମଣ୍ଡି ମାନଙ୍କରେ ଚାଷୀମାନେ କିପରି ଉପଯୁକ୍ତ ଦରରେ ନିଜ ଫସଲକୁ ବିକି ପାରିବେ , ସେ ଦିଗରେ ଅଧିକ ଧ୍ୟାନ ଦେବି । ଏତଦବ୍ୟତୀତ ଚାଷୀମାନେ ଓଡ଼ିଶା ସରକାରଙ୍କ ଉନ୍ନୟନ ମୂଳକ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ କିପରି ଲାଭ ପାଇପାରିବେ ହୋଇପାରବେ, ସେ ଦିଗରେ କାର୍ଯ୍ୟ କରିବି ।

ପ୍ର: ଓଡ଼ିଶାର ଚାଷୀକୁଳଙ୍କୁ କ’ଣ ବାର୍ତ୍ତା ଦେବେ ?
ଉ : ଆମ ରାଜ୍ୟରେ ଚାଷ ପାଇଁ ଅନେକ ଗୁଡ଼ିଏ ସୁଯୋଗ ଅଛି । ସେସବୁକୁ କିପରି ଉପଯୋଗ କରି ଆଗକୁ ଯାଇ ହେବ , ସେ ଦିଗରେ କାର୍ଯ୍ୟ କରିବି । ଓଡ଼ିଶା ଏକ କୃଷି ଭିତ୍ତିକ ରାଜ୍ୟ । ଆମ ଚାଷୀଙ୍କୁ କେବଳ ଏତିକି କହିବି ବର୍ତ୍ତମାନ ସମୟରେ କୃଷିର ଆଧୁନିକୀକରଣ ଉପରେ ଧ୍ୟାନ ଦିଅନ୍ତୁ । ଅଳ୍ପ ବିନିଯୋଗରେ କିପରି ଅଧିକ ରୋଜଗାର କରାଯାଇପାରିବ , ସେ ସମ୍ପର୍କରେ ବିଶ୍ଲେଷଣ କରନ୍ତୁ । ଚାଷ କ୍ଷେତରେ ବୈଜ୍ଞାନିକ ଜ୍ଞାନକୁ ଉପଯୋଗ କରି ଉତ୍ପାଦନର ହାର ବଢ଼ାଇବାକୁ ଚେଷ୍ଟା କରନ୍ତୁ । ପୁଣି ଥରେ ନିଶ୍ଚୟ ଆମେ କୃଷି କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବା ।

Leave A Reply

Your email address will not be published.

19 − six =