ହଳଦୀର ବର୍ଦ୍ଧିତ ଅମଳ ପାଇଁ, ସଠିକ୍ ଜମି ପ୍ରସ୍ତୁତ ନିତାନ୍ତ ଜରୁରୀ

ରାଜ୍ୟରେ ଜଳବାୟୁ ଓ ମାଟି ହଳଦୀ ଚାଷ ପାଇଁ ବେଶ୍ ଉପଯୁକ୍ତ। ଏହାକୁ ସମୁଦ୍ର ପତ୍ତନ ଠାରୁ ୧୨୦୦ ମିଟର ପର୍ଯ୍ୟନ୍ତ ଉଚ୍ଚ ସ୍ଥାନ ରେ ଚାଷ କରାଯାଇପାରିବ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରତି ବର୍ଷ ହଳଦୀ ଚାଷ କରାଯାଇଥାଏ। ଉଭୟ ଜଳସେଚିତ ଓ ଅଣଜଳସେଚିତ ଜମିରେ ହଳଦୀକୁ ଚାଷ କରାଯାଇପାରିବ। ଅଦାପରି ମଟାଳ ତଥା ଦୋରସା ମାଟିରେ ଏହା ଭଲ ହୁଏ । ମାତ୍ର ନିଗିଡ଼ା ମାଟି ଏହି ଫସଲ ପାଇଁ ଦରକାର। ହଳଦୀ ଗଛ ଦେଖିବାକୁ ଗଦଗଛ ପରି ଓ ପତ୍ର ମଧ୍ୟ ଗଦ ପତ୍ର ପରି। ସାରୁ ଫଳିଲାପ୍ରାୟ ଏହା ମାଟି ତଳେ ଫଳିଥାଏ । ପତ୍ରକୁ ମକଚି ଶୁଙ୍ଘିଲେ ହଳଦୀ ପରି ବାସ୍ନା ହୁଏ । ଓଡ଼ିଶାର କନ୍ଧମାଳରେ ଚାଷ ହେଉଥିବା ହଳଦୀ ଗୁଣ ଓ ରଙ୍ଗପାଇଁ ପ୍ରସିଦ୍ଧ।

ହଳଦୀ ଚାଷ ପାଇଁ ପ୍ରଥମେ ୪ ରୁ ୫ ଥର ଓଢ଼ ଚାଷ କରି, ମାଟିକୁ ଭଲ ଭାବରେ ଗୁଣ୍ଡ କରାଯାଏ। ମଇ ଦେଲାପରେ ୧ ମିଟର ଚଉଡ଼ା, ୧୫-୨୦ ସେ.ମି. ଉଚ୍ଛର ଲମ୍ବା ପଟି ପ୍ରସ୍ତୁତ କରାଯାଏ। ଏହାପରେ ପଟି ଉପରେ ସମତଳ କରି ହେକ୍ଟର ପ୍ରତି ୧୨୦ ଟନ୍ ସଢ଼ା ଗୋବର ଖତ, ୩୦ କିଗ୍ରା ପଟାସ୍ ସାର ସମାନ ଭାବରେ ପକାଇ ମାଟି ସହ ମିଶାଇ ଦିଆଯାଏ। ତାପରେ ୩୦ ସେ.ମି. ବ୍ୟବଧାନରେ ଧାଡ଼ି କାଟି ୨୦ ସେ.ମି ଦୁରତାରେ ଗଛକୁ ଗଛ ୫ ସେ.ମି ଗଭୀରରେ ମୁଣ୍ଡା ଲଗାଇ ମାଟି ଘୋଡାଇ ଦିଆଯାଏ। ଏହାପରେ ହେକ୍ଟର ପ୍ରତି ୨୫ ଟନ୍ ଆଚ୍ଛାଦନ ଘୋଡାଇ ଦିଆଯାଏ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×