କୃଷି କ୍ଷେତ୍ରରେ ନବରଙ୍ଗପୁର ର ଜୟଯାତ୍ରା

ନିତି ଆୟୋଗ ର ସମୟ ଭିତ୍ତିକ ଉନ୍ନତି ସ୍ଥାନାଙ୍କ ରେ ଓଡ଼ିଶା ର ନବରଙ୍ଗପୁର କୃଷି କ୍ଷେତ୍ର ରେ ଏହାର ଉଲ୍ଲେଖନୀୟ ବିକାଶ ପାଇଁ ଦେଶ ର ୧୧୫ ଜିଲ୍ଲା କୁ ପଛରେ ପକାଇ ସର୍ବାଗ୍ରେ ରହିଛି। ଜିଲ୍ଲା ମୁଖ୍ୟ କୃଷି ସଚିବ ବ୍ରଜ କିଶୋର ଲେଙ୍କା ଜିଲ୍ଲା ରେ କୃଷି ର ଅଗ୍ରଗତି ନେଇ ସାଧୁବାଦ ଜ୍ଞାପନ କରିଛନ୍ତି। ୩ ଟି ମାପଦଣ୍ଡ ଭିତ୍ତି ରେ ଏହି ସ୍ଥାନାଙ୍କ ନିର୍ଦ୍ଧାରଣ କରାଯାଇଛି।

ଜିଲ୍ଲା ରେ ଖରିଫ ଋତୁ ରେ ପ୍ରାୟ ୪୫ କ୍ଵିଣ୍ଟାଲ ଧାନ ତଥା ରବି ଋତୁ ରେ ୫୮ କ୍ଵିଣ୍ଟାଲ ଧାନ ଚାଷ କରାଯିବା ସହ ଖରିଫ ମକା ଚାଷରେ ୫୮ କ୍ଵିଣ୍ଟାଲ ଉତ୍ପାଦନ ତଥା ରବି ଋତୁ ରେ ୬୮ କ୍ଵିଣ୍ଟାଲ ମକା ଚାଷ କରାଯାଇଛି । ଏତଦବ୍ୟତୀତ ଜିଲ୍ଲା ର ପ୍ରାୟ ୨୪ ହଜାର ଚାଷୀ ଫସଲ ଜୀବନ ବୀମା ରେ ସଂଯୁକ୍ତ ହୋଇଛନ୍ତି ଯାହା କି ପୂର୍ବବର୍ଷ ରୁ ଥିବା ଆକଳନର ପ୍ରାୟ ୩ଗୁଣ ଅଟେ।ଏହା ଛଡ଼ା ନବରଙ୍ଗପୁର ର ଚାଷୀ ମାନେ ସରକାର ଙ୍କ ଦ୍ଵାରା ପ୍ରଦତ୍ତ ମୃତ୍ତିକା ପରୀକ୍ଷଣ ସୂଚନା ହିସାବ ରେ ଜମିରେ ସାର ପ୍ରୟୋଗ କରୁଛନ୍ତି।

ଏହିପରି ମାପଦଣ୍ଡ କୁ ପାଥେୟ କରି କୃଷି କ୍ଷେତ୍ର ରେ ନବରଙ୍ଗପୁର ପ୍ରଥମ ସ୍ଥାନ ହାସଲ କରିପାରିଛି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×