ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଦିବସ

0

ଓଡ଼ିଆ ଭାଷାର ମାଧୁର୍ଯ୍ୟ ତଥା ମହାନତାକୁ ଦର୍ଶାଇବା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରଚେଷ୍ଟା କରିଆସିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଫେବୃଆରୀ ୩-୫ ତାରିଖରେ ଜନତା ମଇଦାନ ଠାରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏହି ତିନି ଦିନିଆ ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଅକ୍ଷରଭୂମି ଉଦ୍ଘାଟିତ ହେବ । ଏହି ଭାଷା ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି ଭାଷା ହିଁ ଭବିଷ୍ୟତ ।

nano urea

ତେବେ ଆଜିର ଏହି ମହାନ ଦିନରେ ନିଜର ମାତୃଭାଷାକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଏହା ଅନୁଷ୍ଠିତ ହୋଇଛି । ସେଠାରେ ଓଡ଼ିଆ ଭାଷାର ଐତିହ୍ୟ ପରମ୍ପରାକୁ ପ୍ରତିସ୍ଥାପନା କରାଯାଇଛି । ଏଥିରେ ନାରୀ ସଶକ୍ତିକରଣକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି । ଆଧୁନିକ ଯୁଗରେ ବା ଏହି କମ୍ପ୍ୟୁଟର ଯୁଗରେ ଓଡ଼ିଆ ଭାଷାକୁ କିପରି ଆହୁରି ଆଗକୁ ନିଆଯାଇ ପାରିବ , ତାହା ଦର୍ଶାଯାଇଛି । ଦେଶ ବିଦେଶରେ ରହୁଥିବା ଓଡ଼ିଆ ଜାତି ତଥା ସମସ୍ତ ଓଡିଶାବାସୀଙ୍କୁ ଅନୁରୋଧ ଯେ ସମସ୍ତେ ଓଡ଼ିଆ ଭାଷାକୁ ସମ୍ମାନ ଜଣାଇ , ନିଜର ମାତୃଭାଷା ଓଡ଼ିଆକୁ ପ୍ରଚଳନ କରନ୍ତୁ , ଭଲ ପାଆନ୍ତୁ ଏବଂ ବ୍ୟବହାର କରନ୍ତୁ । ଶିହରଣ ଭରା ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ “ ଗାନ କରି ଓଡ଼ିଆଙ୍କ ଭାବନା ଓ ସ୍ବାଭିମାନକୁ ବଜାୟ ରଖନ୍ତୁ ।

Leave A Reply

Your email address will not be published.

2 − 2 =